Odishara Gaurav (Ame Odia)

ନମସ୍କାର । ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ତଥା
ସାମାଜିକ ମଞ୍ଚ "ଫେସ୍ ବୁକ୍" ର ବନ୍ଧୁ ଏବଂ ସଦସ୍ୟଗଣ ମାନଙ୍କୁ ଆମ୍ଭର ସାଦର ଅଭିନନ୍ଦନ
। ଆଜିର ଏ ଭାଗଦୌଡପୂର୍ଣ୍ଣ ଜୀବନ ସ୍ରୋତରେ ଆପଣମାନଙ୍କୁ ଅର୍ପଣ କରୁଛୁ ସାମାଜିକ
ବାର୍ତ୍ତାମଞ୍ଚର ଏକ ମୁକ୍ତ ପ୍ରାଙ୍ଗଣ ‘ଓଡିଶା ର ଗୌରବ୍ ଆମେ ଓଡିୟା ।
*******
ଓଡିଶା ର ଗୌରବ୍ (ଆମେ ଓଡିୟା)
*******
ଶାନ୍ତ ସ୍ନିଗ୍ଧ କମନୀୟ ଅପରୂପା ଓ ପ୍ରକୃତି ର ଗନ୍ତାଘର । ସମୁଦ୍ରର ଉତ୍ତୁଙ୍ଗ
ଲହରୀମାଳା ଯା’ର ଚରଣ ସ୍ପର୍ଶ କରି ପାଆନ୍ତି ଅନନ୍ତ ତୃପ୍ତି । ପ୍ରାକୃତିକ ଖଣିଜ
ସମ୍ପତ୍ତି, ଶିଳ୍ପକଳା ଓ ଭାସ୍କର୍ଯ୍ୟରେ ଯା’ର ତନୁଶ୍ରୀ ଖଚିତ । ନୃତ୍ୟ, ବାଦ୍ୟ ଓ
ଲୋକଗୀତିରେ ଯା’ର ଗଗନ ପବନ ପ୍ରକମ୍ପିତ । ପ୍ରାଚୁର୍ଯ୍ୟମୟ ଇତିହାସ, ସାହିତ୍ୟ ଓ
ଲୋକକଥାରେ ଯା’ର ସାମାଜିକ ଜୀବନ ଓତଃପ୍ରୋତ । ହ୍ରଦ, ନଦୀ, ବନ ଓ ଝରଣାର କୁଳୁକୁଳୁ
ନାଦରେ ଯା’ର ଗାଁ ଗହଳି ର ଜୀବନସ୍ରୋତ ମୁଖରିତ । ଭୁବନେଶ୍ୱର ଏବଂ ଜଗନ୍ନାଥଙ୍କ
କ୍ଷେତ୍ର ଯା’ର ଜନମାନସ କୁ ଶକ୍ତି ଓ ଭକ୍ତି ରେ ଅନୁପ୍ରାଣିତ କରିଆସିଛନ୍ତି ।
ସର୍ବୋପରି ଧର୍ମ, କର୍ମ ତଥା ସଂସ୍କାର ଓ ସଂସ୍କୃତି ଯାର କୋଣ ଓ ଅନୁକୋଣ ରେ ପ୍ରବାହିତ
ହୋଇ କେଉଁ ଆବହମାନ କାଳରୁ ଓଡ଼ିଆ ମନ, ପ୍ରାଣ ଓ ଆତ୍ମା କୁ ପ୍ରଫୁଲ୍ଲ ଓ ସତେଜ କରି
ରଖିଛି । ସେଇ ଗୌରବମୟୀ ଜନ୍ମଭୂମି ର ଆମେ ଗର୍ବିତ ସନ୍ତାନ ।
********
ଓଡିଶା ର ଗୌରବ୍ (ଆମେ ଓଡିୟା)
********
ଏଇ ଓଡ଼ିଶା ମା’ର ଆମେ ଦାୟାଦ, ଏହାର ଭବିଷ୍ୟତର ରୂପରେଖ ଆମ୍ଭରି ହାତରେ । ଏହାକୁ
ଉନ୍ନତି ଓ ବିକାଶରେ ଅଗ୍ରଗଣ୍ୟ ଏବଂ ବିଶ୍ୱସ୍ତରରେ ପ୍ରତିଷ୍ଠା କରି ଆମକୁ ପ୍ରମାଣ
କରିବାକୁ ହେବ ଆମେ ହିଁ ଏହାର ସୁଯୋଗ୍ୟ ବଂଶଧର । ଆମକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ
କରିବାକୁ ହେଲେ ସମସ୍ତେ ଏକ ମନ ପ୍ରାଣ ଓ ଆତ୍ମା ହୋଇ କାନ୍ଧରେ କାନ୍ଧ ମିଳାଇ ଆଗକୁ
ଯିବାକୁ ହେବ । "ଓଡିଶା ର ଗୌରବ୍ " ଏକ କ୍ଷୁଦ୍ର ପ୍ରୟାସ; ଓଡିଆ ମାନଙ୍କ ଚିନ୍ତାଧାରା,
ମତ, ବାର୍ତ୍ତାଳାପ ଏବଂ କଳ୍ପନାକୁ ବିଶ୍ୱବ୍ୟାପୀ ଓଡିଆ ଭାଇ ଓ ଭଉଣୀ ମାନଙ୍କ ନିକଟରେ
ପହଞ୍ଚାଇବା ପାଇଁ ଏବଂ ଆମ ମାନଙ୍କର ଭାବର ଆଦାନ ପ୍ରଦାନ ପାଇଁ । ଆମ ମାତୃଭୂମି ଓ
ମାତୃଭାଷାର ଉନ୍ନତି କଳ୍ପେ ଏହି ଗୋଷ୍ଠୀ ସମସ୍ତ ପ୍ରକାର ଚିନ୍ତା ଓ ଚେତନାକୁ ଆଲୋଚନା
ଏବଂ ପରାମର୍ଶ ମାଧ୍ୟମରେ ସର୍ବ ଜନବିଦିତ କରାଇପାରିବ ବୋଲି ଆମ୍ଭର ଦୃଢ଼ବିଶ୍ୱାସ । ଆଶା
କରୁଅଛୁ, ଆମ୍ଭର ଏହି ସମୁଦ୍ରକୁ ଶଙ୍ଖେ ଭଳି, କ୍ଷୁଦ୍ର ପ୍ରୟାସଟି ଆପଣ ମାନଙ୍କ
ସସ୍ନେହ ଶୁଭେଚ୍ଛା ସହ ଆମକୁ ଉତ୍ସାହିତ କରିବ ।
ଏହି ପରିପ୍ରେକ୍ଷୀରେ "ଓଡିଶା ର ଗୌରବ୍ (ଆମେ ଓଡିୟା) " ଗୋଷ୍ଠୀ ତରଫରୁ ସମସ୍ତ
ଓଡ଼ିଶାବାସୀ ତଥା ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ବିନମ୍ର ଅନୁରୋଧ ଯେ; ଚାଲନ୍ତୁ ପରସ୍ପର
ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଏବଂ କୌଣସି ପ୍ରକାରର
ପ୍ରତିଯୋଗିତା ମୂଳକ ଅଭିସନ୍ଧି ନ ରଖି ଓଡ଼ିଆ ତଥା ଓଡ଼ିଶାର ଉନ୍ନତି ତଥା ପ୍ରଶସ୍ତି
ନିମନ୍ତେ କାର୍ଯ୍ୟ କରିବା । ଓଡ଼ିଶାର ବିକାଶ ନିମନ୍ତେ ଆପଣଙ୍କ ଫଳପ୍ରସୁ ଦୁର୍ମୂଲ୍ୟ
ମତାମତ ଆମ୍ଭର ଏକାନ୍ତ କାମ୍ୟ । ଏହା ଏକ ସାମାଜିକ ମଞ୍ଚ ଅଟେ । ଏଣୁ, ଏଠାରେ କୌଣସି
ପ୍ରକାର ଅହେତୁକ ବାଦାନୁବାଦ ଏବଂ ନିଜର ସ୍ୱାର୍ଥ ପ୍ରଣୋଦିତ କାର୍ଯ୍ୟରୁ ନିବୃତ ରହିବା ।
କୌଣସି ସମସ୍ୟା ଉପୁଜିଲେ ଗୋଷ୍ଠି ପରିଚାଳକ (ଗ୍ରୁପ୍ ଆଡ଼୍ମିନ୍ଷ୍ଟ୍ରେଟର୍) ମାନଙ୍କ
ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରନ୍ତୁ କିମ୍ବା ସମ୍ବାଦ ପ୍ରେରଣ(ମେସେଜ୍) କରନ୍ତୁ ।
ବନ୍ଦେ ଉତ୍କଳ ଜନନୀ ।।
ଜୟ ଓଡ଼ିଆ ।।ଓଡିଶା ର ଗୌରବ୍ ( ଆମେ ଓଡିୟା)